Posted inଖେଳ

୨୦୦୭ ଟି୨୦ ବିଶ୍ୱକପ୍‌ ନ ଖେଳିବା ପାଇଁ ସଚିନ, ଗାଙ୍ଗୁଲିଙ୍କୁ ମନା କରିଥିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୯।୬- ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଥିଲା। ମହେନ୍ଦ୍ର ସିଂ ଧୋନୀ ପ୍ରଥମଥର ଲାଗି ଜାତୀୟ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ଧୋନୀଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରି ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍‌ ଦେଇ ଟ୍ରଫି ହାସଲ କରିଥିଲା। ତେବେ ଭାରତୀୟ କ୍ରିକେଟ୍‌ର ‘ବିଗ୍‌ ଥ୍ରୀ’ ଭାବେ ପରିଚିତ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌ ଏହି ଟୁର୍ନାମେଣ୍ଟରେ ଦଳରେ ସ୍ଥାନ ପାଇ ନ ଥିଲେ। କିନ୍ତୁ ଏହି ୩ ଜଣ ଖେଳାଳି ସ୍ଥାନ ନ ପାଇବାର ଏକ ରୋଚକ ତଥ୍ୟ ପୂର୍ବତନ ଭାରତୀୟ କୋଚ୍‌ ଲାଲଚାନ୍ଦ ରାଜପୁତ ସାମ୍ନାକୁ ଆଣିଛନ୍ତି। ରାଜପୁତ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି, ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ସଚିନ ଓ ଗାଙ୍ଗୁଲିଙ୍କୁ ବିଶ୍ୱକପ୍‌ରେ ନ ଖେଳିବା ପାଇଁ ଡ୍ରାଭିଡ୍‌ ଉଭୟଙ୍କୁ ବୁଝାଇଥିଲେ। ‘ହଁ ଏହା ସତ କଥା। ସଚିନ ଓ ସୌରଭଙ୍କୁ ୨୦୦୭ ଟି୨୦ ବିଶ୍ୱକପ୍‌ ନ ଖେଳିବା ପାଇଁ ଡ୍ରାଭିଡ୍‌ କହିଥିଲେ। ଡ୍ରାଭିଡ୍‌ ସେତେବେଳେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳର ଅଧିନାୟକ ରହିଥିଲେ। ସେଠାରୁ କେତେଜଣ ଖେଳାଳି ବିଶ୍ୱକପ୍‌ ଖେଳିବା ଲାଗି ସିଧାସଳଖ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଆସିଥିଲେ। ଡ୍ରାଭିଡ୍‌ ସେତେବେଳେ କହିଥିଲେ ଯୁବ ଖେଳାଳିଙ୍କୁ ଗୋଟିଏ ସୁଯୋଗ ଦିଆଯାଉ। ଫଳରେ ରୋହିତ୍‌ ଶର୍ମା, ରବିନ୍‌ ଉଥପ୍ପା, ୟୁସୁଫ ପଠାନ, ଯୋଗିନ୍ଦର ଶର୍ମାଙ୍କ ପରି ଯୁବ ଖେଳାଳି ବିଶ୍ୱକପ୍‌ ଖେଳିବାର ସୁଯୋଗ ପାଇଥିଲେ’ ବୋଲି ୨୦୦୭ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ମ୍ୟାନେଜର ଦ୍ୱାୟିତ୍ୱ ତୁଲାଇଥିବା ରାଜପୁତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସିଗଲା ନାମ! ସୂର୍ଯ୍ୟକୁମାର ଯାଦବଙ୍କ ପରେ, ଏହି ଖେଳାଳି ହେବେ ଟିମ ଇଣ୍ଡିଆର T20 ଅଧିନାୟକ

ନୂଆଦିଲ୍ଲୀ,୧୯।୪: ଭାରତୀୟ କ୍ରିକେଟ ଦଳର ନୂତନ T-20 ଅଧିନାୟକ କିଏ ହେବେ? ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ଛାଡିବା ପରେ – କିମ୍ବା ଯଦି ଭାରତୀୟ ଚୟନକର୍ତ୍ତାମାନେ…

ବିଦେଶୀ ଖେଳାଳିଙ୍କ ମୁଣ୍ଡରେ ଚମକିଲା ଅରେଞ୍ଜ କ୍ୟାପ, ବିରାଟ କୋହଲି ତାଲିକାରେ ସାମିଲ – ଜାଣନ୍ତୁ କିଏ ପର୍ପଲ କ୍ୟାପର ଦାବିଦାର

ନୂଆଦିଲ୍ଲୀ,୧୯।୪: IPL 2026ରେ, ଯେତେବେଳେ ଦଳଗୁଡ଼ିକ ଶୀର୍ଷ ଚାରିରେ ସ୍ଥାନ ପାଇବା ପାଇଁ ଏକ ଭୟଙ୍କର ଲଢ଼େଇରେ ଲିଡରବୋର୍ଡରେ ଅଛନ୍ତି, ବ୍ୟକ୍ତିଗତ ଖେଳାଳିମାନେ ସର୍ବାଧିକ ରନ କରି…

IPL 2026 Points Table: ଚେନ୍ନାଇ ବିପକ୍ଷରେ ବିଜୟ ପରେ ପଏଣ୍ଟ ଟେବୁଲରେ ଲମ୍ଫ ମାରିଲା ହାଇଦ୍ରାବାଦ,ବାଦ ପଡ଼ିବ କି ଏହି ଦଳ?ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୪: ଗତ ଶନିବାର, IPL 2026 ର ୨୭ତମ ଲିଗ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ…

ଅଗରକରଙ୍କ ବଡ଼ ସଫଳତା, BCCI ଦେବ ବଡ଼ ପୁରସ୍କାର!

ନୂଆଦିଲ୍ଲୀ,୧୯।୪: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିବାକୁ ଯାଉଛି।…

କ୍ରମାଗତ ୫ ପରାଜୟ ପରେ ଖୋଲିବ KKR ର ଭାଗ୍ୟ? ଦଳରେ ସାମିଲ ହେଲେଣି ଏତେ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୧୯।୪: IPL 2026 ରେ ବର୍ତ୍ତମାନ ସୁଦ୍ଧା, କୋଲକାତା ନାଇଟ ରାଇଡର୍ସ (KKR) ଏକମାତ୍ର ଦଳ ଭାବରେ ଏପର୍ଯ୍ୟନ୍ତ ଗୋଟିଏ ବି ବିଜୟ ହାସଲ କରିପାରି ନାହିଁ।…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ

ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…

ହଟିବେ ହେଡ କୋଚ?କେଭିନ ପିଟରସନଙ୍କ ବଡ଼ ଦାବି, ମ୍ୟାକକୁଲମ ହେବେ KKRର ପ୍ରଶିକ୍ଷକ

ନୂଆଦିଲ୍ଲୀ,୧୮।୪: କୋଲକାତା ନାଇଟ ରାଇଡର୍ସ (କେକେଆର) ୨୦୨୬ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହେଉଛି। ୧୭ ଏପ୍ରିଲ ଶୁକ୍ରବାର, ଦଳ ଗୁଜୁରାଟ ଟାଇଟାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri